କବିତା

ଓଡ଼ିଆ ଜାତିର ବିଭବ

Sudipta Pani's odia poem Odia Jatira Bibhab

ଜଗତର ନାଥ ଜୟ ଜଗନ୍ନାଥ
ସର୍ବେ ତୁମେ ପୂଜନୀୟ,
ହିନ୍ଦୁ ମୁସଲିମ ଶିଖ ପାର୍ସୀ ବୌଦ୍ଧ
ସର୍ବଧର୍ମ ସମନ୍ୱୟ।୭।

ଓଡ଼ିଆ ଜାତିର ବିଭବ

ପବିତ୍ର ଭାରତ ପୂର୍ବ ଉପକୂଳେ
ରହିଛି ଉତ୍କଳ ଭୂମି,
ଉତ୍କଳ ଭୂବନେ ଜଗନ୍ନାଥ ଦେଶେ
ଗର୍ବ କରୁ ଆମେ ଜନ୍ମି ।୧।

ଚାରି ହିନ୍ଦୁଧାମ ମଧ୍ୟେ ଶ୍ରେଷ୍ଠ ଧାମ
ପୁରୀର ଶ୍ରୀକ୍ଷେତ୍ର ଧାମ,
ସେ ଧାମେ ଅଛନ୍ତି ଜଗନ୍ନାଥ ସାଥେ
ସୁଭଦ୍ରା ଓ ବଳରାମ ।୨।

ଓଡ଼ିଶା ପ୍ରଦେଶେ ଜନ୍ମ ଲାଭ କରି
କହୁଛେ ଭାଷା ଓଡ଼ିଆ
ଜଗନ୍ନାଥ ନାମ ଓଡ଼ିଆ ଭାଷାରେ
ଲାଗଇ ଭାରି ବଢିଆ ।୩।

ମାତୃଭୂମି ମାତୃ ଭାଷାର ବିକାଶେ
ଉଠିଲେ ଉତ୍କଳ ବୀର,
ନିଦ୍ରା ଭଙ୍ଗ କରି ରଚିଲେ ସମସ୍ତେ
ଓଡ଼ିଆ ଭାଷାରେ ଚିର ।୪।

ଅଣଚାଶ ବର୍ଣ୍ଣ ମିଶ୍ରଣେ ହୋଇଲା
ଓଡ଼ିଆର ବର୍ଣ୍ଣମାଳା,
ଓଡ଼ିଆ ଜାତିର ଟେକ ରଖିବାକୁ
ବୀର ଦେଲେ ଶିରମାଳା ।୫।

ଓଡ଼ିଆ ଭାଷାର ବିକାଶର ଦିଗେ
ରଚିଲେ ଲେଖକ ଲେଖା,
ଜଗନ୍ନାଥ ଦେଶେ ହୋଇଲେ ସମସ୍ତେ
ପ୍ରଜ୍ଵଳିତ ଦୀପଶିଖା। ।୬।

ଜଗତର ନାଥ ଜୟ ଜଗନ୍ନାଥ
ସର୍ବେ ତୁମେ ପୂଜନୀୟ,
ହିନ୍ଦୁ ମୁସଲିମ ଶିଖ ପାର୍ସୀ ବୌଦ୍ଧ
ସର୍ବଧର୍ମ ସମନ୍ୱୟ ।୭।

ଗାଣପତ୍ୟଙ୍କର ତୁମେ ଗଣପତି
ଶିବ ଶୈବମାନଙ୍କର,
ବୌଦ୍ଧଙ୍କର ବୁଦ୍ଧ ଜୈନଙ୍କର ଜିନ
ସର୍ବଜନଙ୍କ ଈଶ୍ୱର ।୮।

ପୁରୁଷଙ୍କ ମଧ୍ୟେ ଉତ୍ତମ ଥିବାରୁ
ନାମ ଯେ ପୁରୁଷୋତ୍ତମ,
ହସ୍ତ ପଦ ହୀନ ମାଦଳା ଶରୀରେ
ଚଳାଅ ଏ ବିଶ୍ୱ ସମ ।୯।

ସପ୍ତାହକୁ ପ୍ରଭୁ ସପ୍ତରଙ୍ଗେ ବସ୍ତ୍ର
ପରିଧାନ କରୁଥାନ୍ତି,
ବରଷକେ ପାଞ୍ଚ ଥର ସୁନାବେଶେ
ସେ ସଜ୍ଜିତ ହୋଇଥାନ୍ତି ।୧୦।

ରଥଯାତରାରେ ଭାଇ ଭଗ୍ନୀ ସାଥେ
ଯାଆନ୍ତି ମାଉସୀ ଘର,
ରୋଷକରି ମାତା ଲକ୍ଷ୍ମୀ ବସିଥାନ୍ତି
ପ୍ରାଙ୍ଗଣେ ଶ୍ରୀମନ୍ଦିରର ।୧୧।

ଆଷାଢ଼ ମାସର ଶୁକ୍ଳ ଦଶମୀରେ
ପଡ଼ଇ ବାହୁଡା଼ ଯାତ,
ପୋଡ଼ପିଠା ଖାଇ ବାହୁଡ଼ିଲେ ହୁଏ
ଲକ୍ଷ୍ମୀ ନାରାୟଣ ଭେଟ। ୧୨।

ଶ୍ରୀମନ୍ଦିର ନେତ ପତିତପାବନ
ଉଡ଼ୁଥାଏ ନିତିଦିନ,
ସୁଦର୍ଶନ ଚକ୍ର ଦେଖିଣ ଆମର
ପବିତ୍ର ଦୁଇ ନୟନ ।୧୩।

କୃଷ୍ଣ ବଳରାମ ରାଧା ଦାମୋଦର
ରାଇଦାମୋଦର ବେଶ,
ନାଗାର୍ଜୁନ ଆଦି ବିଂଶ ବେଶ ହେଲା
ନିତ୍ୟ ନୈମିତ୍ତିକ ବେଶ ।୧୪।

ଯୋଡ଼ା ଶ୍ରାବଣର ନବ କଳେବର
ବଢାଏ ଭକ୍ତର ଭାବ,
ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନଯାତ ନାମେ
ଅଭିହିତ କରିହେବ ।୧୫।

ସୁନାବେଶ ପରେ ଅଧର ପଣା ଯେ
ହୋଇଥାଏ ଶ୍ରୀମନ୍ଦିରେ,
ଚନ୍ଦନ ଯାତରା ଆଦି ତେର ପର୍ବ
ପାଳିଥାନ୍ତି ଓଡ଼ିଶାରେ ।୧୬।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top