କବିତା

ମୁଁ ମାଟିର ମଣିଷଟିଏ

Belabhumi's odia poem Mun Maatira Manisha Tie

ଶୁଭ ମନାସଇ କେତେ,
ମୁଁ ମାଟିର ମଣିଷ ଟିଏ
ବାସ୍ନା ଆସିଲେ ମାଟିର ପିଠିରୁ
ମୁଁ ସ୍ୱପ୍ନ ବିଭୋର ହୁଏ,

ମୁଁ ମାଟିର ମଣିଷଟିଏ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସଞ୍ଜ ନଇଁଲେ ପଲ୍ଲୀ ଗଭାରେ ମୋ
ମଲ୍ଲୀ ଚହଟି ବାସେ
କଇଁଫୁଲ ଝୁଲେ ଗଡ଼ିଆ ପାଣିରେ
ଜହ୍ନ ମୁରୁକି ହସେ ,
ଗାଁ ଭୂଆସୁଣୀ ଚଉରା ବେଦୀରେ
ସଞ୍ଜ ସଳିତା ହାତେ
ପରବାସୀ ତାର ପ୍ରିୟତମ ପାଇଁ
ଶୁଭ ମନାସଇ କେତେ,
ମୁଁ ମାଟିର ମଣିଷ ଟିଏ
ବାସ୍ନା ଆସିଲେ ମାଟିର ପିଠିରୁ
ମୁଁ ସ୍ୱପ୍ନ ବିଭୋର ହୁଏ,
ନିଶ୍ୱାସ ଖୋଜେ
ଗାଁ ମାଟିକୁ ମୋ
ଛାତିଟା ତରଳି ଯାଏ

ମୁଁ ମାଟିର ମଣିଷ ଟିଏ ।।..।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top