କବିତା

ପ୍ରେମର ଗୋଟଏ ସ୍କେଚ !

Soubhagya Samal's odia poem Premara Gotie Sketch

ନା ଆଗକୁ ଯିବାକୁ ଦେବ
ନା ପଛକୁ କି ଫେରି ହବ
ସମୟକୁ ଖାଲି ଡରି ଡରି ପରା
ବଞ୍ଚିବାକୁ ତତେ ହେବ !

ପ୍ରେମର ଗୋଟଏ ସ୍କେଚ !

କିଛି କଥା ବୁଝି ହୁଏ
କିଛି କଥା ବୁଝି ହୁଏ ନାହିଁ
ଯାହା ବୁଝି ହୁଏ ନାହିଁ
ତା ବୋଧେ ପ୍ରେମ !
ଖିଆ ଖୋଜିବାଟା ପରା ଭ୍ରମ !!

କିଏ କହିଥିଲେ ମନେ ମୋର ନାହିଁ
କେହି ପଦ ଥିଲା ତହିଁ
ପାଇବା ଠାରୁ ଯେ ହରାଇଲେ ଏଠି
ହୃଦୟରେ ରହେ ଚିହ୍ନ !
ସେ ଏମିତିକା ଯଉବନ !!

ମନର କଥା ଖୋଲି କହିଦେଲେ
ମିଶିଯାଏ ପରା ହୃଦୟ
ମନ କଥା ଯଦି ନକହି ପାରିଲ
ଠକି ଦେବ ତତେ ସମୟ !
ସମାଜର ଥ୍ରବା ଭୟ !!

ନା ଆଗକୁ ଯିବାକୁ ଦେବ
ନା ପଛକୁ କି ଫେରି ହବ
ସମୟକୁ ଖାଲି ଡରି ଡରି ପରା
ବଞ୍ଚିବାକୁ ତତେ ହେବ !
(ଏମିତି ବି କେବେ ହେବ)
ପୁଣି ନୂଆ ଫର୍ଦ ଯୋଡି ହେବ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top