କବିତା

ପ୍ରେମ ମହାକାଳ ଫଳ

Santanu Kumar Rout's odia poem Prema Mahakaala Phala

ପ୍ରେମ କରିବାକୁ ସାହସ ଯେ ନାହିଁ
ଯୁଦ୍ଧ କରିବାକୁ ବଳ
ଭଲ ପାଇବାରେ ପ୍ରେମ ଆଉନାହିଁ
ପ୍ରେମ ମହାକାଳ ଫଳ…………।।।।।

ପ୍ରେମ ଚି଼ହ୍ନନାହିଁ ଜାତି କି ଅଜାତି
ଦୁଃଖ ମାନେ ନାହିଁ ବାଡ଼
କୋହଲା ପାଗରେ ଦୋହଲା ଜଡରେ
ପକ୍ଷୀ ଖୋଜୁଥାଏ ନୀଡ……..।

ମନର ଦୂରତା ଅମାପ ରାଇଜ
ଆଖିର ଦୂରତା ଜହ୍ନ
ମନ ଖୋଜେ ବସି ଲାଜୁକୀ ତରୁଣୀ
ବାସ୍ତବ ହାତରେ ସ୍ୱପ୍ନ………..।।

ପ୍ରେମ କାହାଲାଗି ମିଠା ପୂର୍ଣ୍ଣିମାର
ଜହ୍ନ ଆଲୋକରେ ଭରା
ସେଇ ପ୍ରେମ ପୁଣି ଅମାବାସ୍ୟା ନିଡେ
ଅନ୍ଧାରରେ ମିଞ୍ଜି ତାରା………।।।

ଉଚ୍ଚ ନୀଚ ଆଉ ଧନୀ ଗରିବର
ହିସାବେ ଛିଡ଼ୁନି କଳି
ପରାସ୍ତ ସୈନିକ ବିଫଳ ପ୍ରେମିକ
ମିଛରେ ପଡୁଛି ବଳି………..।।।।

ପ୍ରେମ କରିବାକୁ ସାହସ ଯେ ନାହିଁ
ଯୁଦ୍ଧ କରିବାକୁ ବଳ
ଭଲ ପାଇବାରେ ପ୍ରେମ ଆଉନାହିଁ
ପ୍ରେମ ମହାକାଳ ଫଳ…………।।।।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top