ନିଷ୍କାମ ହୃଦୟ ମୋ କରେ ଏକ ପ୍ରାର୍ଥନା ,
ପୂର୍ଣ୍ଣ ହେଇ ସ୍ୱପ୍ନ ମୋର ନ ତୁଟୁ ଏ କାମନା ।
ଆଙ୍କୁଛି ମୁଁ ଛବି ସବୁ ମୋ କଳ୍ପନାର ଦୃଷ୍ଟାନ୍ତେ,
ଆଶା ଅଛି, ଇଚ୍ଛା ଅଛି ଫେରିବୁ ତୁ ଏକାନ୍ତେ ।
ଜଣା ନାହିଁ କରିବୁ କି ନାହିଁ ମୋର ଉପେକ୍ଷା,
ରହିଛି ମୁଁ ରହିଥିବିି କରି ତୋ’ ଅପେକ୍ଷା।
ଚାହିଁ ଅଛି ବାଟ ତୋର ତୁ ଆସିବୁ କେବେ ,
ମିଶାଇବୁ ଜୀବନ ମୋ ତୋ ପରାଣେ ଯେବେ ।
ମାଗିବିନି କିଛି କେବେ କରିବିନି ଅଳି,
ତୋ ପ୍ରୀତି ରେ ଖୁସି ସବୁ ଦେବୀ ମୁଁ ଅଜାଡ଼ି ।
ଫେରି ଆସୁ ହସ ମୋର, ଫେରୁ ମୋ ଖୁସି
ମହକିବ ଜୀବନ ମୋ, ଫେରିଲେ ମୋ ସାଥୀ ।
ଉତ୍କଣ୍ଠିତ ପ୍ରାଣ ମୋର ସହେ କେତେ ବ୍ୟାଧି,
ଆତଙ୍କିତ ମନ ମୋର ଝରେ ନିତି ରୁଦ୍ଧି ।
ଇଚ୍ଛା ତୋର ଅଧା ବାଟେ ଆଜି ଅଟକି ଯାଇଛି,
ସତ୍ୟ କରିବି ମୁହିଁ ପଣ ଯେ କରୁଛି ।
ସମ୍ପର୍କ ମୋ କେତେ ଦୃଢ଼ କିଏ ବା କହିବ,
ପ୍ରତି ମୁହୁର୍ତ୍ତରେ ତତେ କରେ ଅନୁଭବ ।
ଅନୁଭବି ମନ ମୋର ହୁଏ ଭୟଭୀତ,
କାଳେ କିଏ ମୋ ଠୁଁ ତତେ ଦୁରେଇ ଯେ ନବ ।
ପାଖେ ଥାଇ ଦୂରେ ଲାଗୁ ପାରୁନାହିଁ ସହି,
ପାଶେ ଛାଡି ଦୂରେ ଗଲେ କେମିତି ଯେ ବଞ୍ଚିବି ।
ଥକି ପଡୁଛି ମୁଁ ଆଗକୁ ପାରୁନି ଯାଇ,
ଅଜଣା ପଥରେ ଦିଗ ଖୋଜେ ନ ମିଳଇ ।
ଏ ଜୀବନ ଅନ୍ଧାରେ ମାଡ଼ି ଆସିଲାଣି ଛାଇ,
ମୋ ଅପେକ୍ଷା କାଳେ ସେ ଛାଇରେ ଯିବ ଧୋଇ ।
ସ୍ୱପ୍ନିଳ ସତ୍ୟ ଏ ମୋର ନାହିଁ ଟିକେ ଛଳନା,
ମତେ ଏକା କରି ସାଥୀ କେବେ ତୁ ଯା ନା ।