ଗୁମ୍ ସୁମ୍ ରାତିରେ ଚୁପ୍ ଚାପ୍ ଦୁହେଁ
କେତେ କେତେ ଅକୁହା କଥା ମାନ ଆଖି କିଛି କିଛି କରି କୁହେ
କୁହା କୁହି କଥାରେ ମନ କୁ ମନ ମୋହେ
ଦୁହିଁ ଙ୍କ ଦୂରତା ଭାରି ପାଖାପାଖି ରୁହେ
(Both are demisexual in nature)
ଅସ୍ତବ୍ୟସ୍ତ ଅମଳିନ ଭାବନାରେ ଟିକେ ଟିକେ କାମନାର ବାସ ବହେ
ଅଙ୍ଗଭଙ୍ଗୀ ଚାଳନା କୁ କେତେ ବା କିଏ ସହେ
ରିମ୍ ଝିମ୍ ତାତି ମାତେ ଦୁହିଁ ଙ୍କ ଦେହେ
ଧକ୍ ଧକ୍ ହୃଦୟ ନିବିଡ଼ତାର ଛୁଆଁ ଚାହେଁ
ଟୋପି ଟୋପି ସ୍ଵେଦ ଟୋପା ଦୁହିଁ ଙ୍କ ମୁହେଁ
କାମ କବିତାରେ ଦୁହିଁ ଙ୍କ ଶବ୍ଦ ମିଶି, ପଦ କୁ ପଦ ପଡ଼ିବା ପରେ
ଦୁହେଁ ଆଉ ଦୁହେଁ ନୁହେଁ ।।
କାମନା କବିତା
ଲେଖିଛନ୍ତି
ରିମ୍ ଝିମ୍ ତାତି ମାତେ ଦୁହିଁ ଙ୍କ ଦେହେ
ଧକ୍ ଧକ୍ ହୃଦୟ ନିବିଡ଼ତାର ଛୁଆଁ ଚାହେଁ
